ମାଲକାନଗିରିରେ ଅଜଣା ରୋଗର ଆତଙ୍କ!

ପଡିଆ ଗାଁରେ ଦିନକୁ ଦିନ ବଢୁଛି ଆକ୍ରାନ୍ତ, ଲୋକଙ୍କ ମଧ୍ୟରେ ଚିନ୍ତା ଓ ଭୟ

May 19, 2025 - 11:38
May 19, 2025 - 11:42
 0  7
ମାଲକାନଗିରିରେ ଅଜଣା ରୋଗର ଆତଙ୍କ!

ଭୁବନେଶ୍ୱର, ମେ ୧୯: ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳର ପଡିଆ ଗାଁରେ ଏକ ଅଜଣା ମାରାତ୍ମକ ରୋଗ ଦିନକୁ ଦିନ ବ୍ୟାପି ଚାଲିଛି । ଏକ ମାସ ମଧ୍ୟରେ ୫୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇପାରିଛନ୍ତି । ହାତ, ଗୋଡ଼ ଓ ମୁହଁ ଫୁଲିଯିବା, ଆଣ୍ଠୁ-ଗଣ୍ଠି ବଥା, ଜ୍ୱର ଓ ଶରୀର ରେ କଳା ଦାଗ ପଡିବା ଭଳି ଲକ୍ଷଣ ଦେଖାଯାଉଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ରୋଗ ଏତେ ଦ୍ରୁତ ଗତିରେ ବ୍ୟାପୁଛି ଯେ ଘରେ ଘରେ ଆତଙ୍କ ଛାଉଛି । ଆକ୍ରାନ୍ତ ଲୋକମାନେ ଚିକିତ୍ସା ପାଇଁ ମେଡିକାଲକୁ ଯାଉଛନ୍ତି, କିନ୍ତୁ ସ୍ଥିତିର କୌଣସି ସୁଧାର ହେଉନାହିଁ । ସବୁ ଟେଷ୍ଟ ରିପୋର୍ଟ ନେଗେଟିଭ ଆସୁଥିବା ସତ୍ୱେ ରୋଗ ରହୁଛି । ଏଥିପାଇଁ ଗ୍ରାମବାସୀ ଏହା କୌଣସି ନୂଆ ଭାଇରସ ଥିବା ବୋଲି ସନ୍ଦେହ କରୁଛନ୍ତି ।

ଗରିବ ଓ ଦୁର୍ଗମ ଅଞ୍ଚଳ ଥିବାରୁ ଲୋକଙ୍କୁ ଚିକିତ୍ସା ଲାଗି ଉପଯୁକ୍ତ ସୁବିଧା ମିଳୁନାହିଁ । ଏହି ଅଜଣା ରୋଗ ଗ୍ରାମବାସୀଙ୍କ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରିଛି । ଏପରି ପରିସ୍ଥିତିରେ ଗ୍ରାମବାସୀ ଦାବି କରିଛନ୍ତି ଯେ, ସରକାର ତୁରନ୍ତ ଡାକ୍ତରୀ ଟିମ୍ ପଠାଇ ସ୍ଥିତି ଅନୁଧ୍ୟାନ କରିବା ସହ ସଠିକ୍ ଚିକିତ୍ସା ବ୍ୟବସ୍ଥା କରନ୍ତୁ ।

ଯଦି ତୁରନ୍ତ ବ୍ୟବସ୍ଥା ନିଆଯିବ ନାହିଁ, ତେବେ ଏହି ରୋଗ ଅନ୍ୟ ଗାଁ ଓ ଅଞ୍ଚଳକୁ ବି ବ୍ୟାପି ପାରେ । ଅନେକ ନିରୀହ ଜୀବନ ଅକାଳରେ ନଷ୍ଟ ହେବା ସମ୍ଭାବନା ନେଇ ଚିନ୍ତିତ ସାଧାରଣ ଲୋକ ।

What's Your Reaction?

like

dislike

love

funny

angry

sad

wow