ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ନେଇ ନୂଆ ନିୟମ
୧୮୦ ଦିନ ଛୁଟି ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ରାଜ୍ୟ ସରକାର ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ନେଇ ଚାଲିଥିବା ଦ୍ୱନ୍ଦ୍ୱ ଦୂର କରି ସ୍ପଷ୍ଟ ନିୟମ ଜାରି କରିଛି। ଏବେ ଜଣେ କର୍ମଚାରୀ ସମ୍ଭାବ୍ୟ ପ୍ରସବ ତାରିଖର ୩ ମାସ ପୂର୍ବରୁ ଓ ପ୍ରସବ ପରେ ୬ ମାସ ମଧ୍ୟରେ ୧୮୦ ଦିନ ମାତୃତ୍ୱ ଛୁଟି ନେଇପାରିବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିୟମକୁ ଅନୁମୋଦନ ଦେଇଛନ୍ତି। ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ, କିମ୍ବା ମୃତ ଶିଶୁ ଜନ୍ମ ଘଟିଲେ ମଧ୍ୟ ସେମାନେ ନିର୍ଦ୍ଦିଷ୍ଟ ଛୁଟି ପାଇପାରିବେ। ଏଥିସହିତ ଏହି ନିୟମ ମଧ୍ୟ ନିର୍ଦ୍ଦିଷ୍ଟ କରିଛି ଯେ, ଯଦି କୌଣସି ମହିଳା କର୍ମଚାରୀ ଶିଶୁ ଜନ୍ମ ସମୟରେ ସେବାରେ ନ ଥିଲେ, ତେବେ ସେ ଯେତେବେଳେ ସେବାରେ ଯୋଗ ଦେବେ, ଶିଶୁ ଛଅ ମାସରୁ କମ୍ ଥିବା ଅବସ୍ଥାରେ ମାତୃତ୍ୱ ଛୁଟି ପାଇପାରିବେ।
ସରକାରୀ ସେବାରେ ଥିବା ମହିଳାଙ୍କ ପାଇଁ ଏହି ନିୟମ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି, ଯାହା ମାତୃତ୍ୱ ସୁବିଧା ଉପରେ ସ୍ପଷ୍ଟତା ଆଣିଛି।
What's Your Reaction?






