ମହାପ୍ରସାଦକୁ ଅସମ୍ମାନ
ପୁରୀ ହୋଟେଲରେ ଚପଲ୍ ପିନ୍ଧି ମହାପ୍ରସାଦ ସେବନ, ଓଡ଼ିଆ ପର୍ଯ୍ୟଟକ ନେଇ ଚର୍ଚ୍ଚା

ଭୁବନେଶ୍ୱର, ମେ ୧୮: ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ଏକ ନିନ୍ଦାନୀୟ ଘଟଣା ଆସିଛି ସାମ୍ନାକୁ। ପୁରୀର ଏକ ତାରକା ହୋଟେଲର ଡାଇନିଂ ଏରିଆରେ ଓଡ଼ିଆ ପର୍ଯ୍ୟଟକ ଚପଲ୍ ପିନ୍ଧି ବସି ମହାପ୍ରସାଦ ସେବନ କରୁଥିବା ଦୃଶ୍ୟ ଭିଡିଓ ଭାଇରାଲ୍ ହେବା ପରେ ଏହା ଉପରେ ଭାରୀ ଚର୍ଚ୍ଚା ଆରମ୍ଭ ହୋଇଛି।
କୋଟି କୋଟି ହିନ୍ଦୁ ଭକ୍ତଙ୍କ ଭାବାବେଗ ସହିତ ଜଡିତ ମହାପ୍ରସାଦ ଶ୍ରୀଜଗନ୍ନାଥଙ୍କ ପାଇଁ ଅତ୍ୟନ୍ତ ପବିତ୍ର ବୋଲି ଗଣାଯାଏ। ଏଭଳି ପବିତ୍ର ପ୍ରସାଦକୁ ଡାଇନିଂ ଟେବୁଲରେ ଚପଲ୍ ପିନ୍ଧି ବସି ସେବନ କରିବାକୁ ଅନେକ ଲୋକ ଅସମ୍ମାନ ବୋଲି ମନେ କରିଛନ୍ତି।
ମହାପ୍ରସାଦ ସେବା ଏକ ପୂଣ୍ୟ କାର୍ଯ୍ୟ। ଏହାକୁ ଶ୍ରଦ୍ଧା ଓ ଶୂଚିତା ସହିତ ସେବନ କରିବା ଉଚିତ। ଏଭଳି ଅସମ୍ମାନଜନକ କାର୍ଯ୍ୟ ଅନ୍ୟ ଲୋକଙ୍କ ଭାବନାକୁ ଆଘାତ କରିପାରେ। ବୋଲି ଲୋକ ମତ ପ୍ରକାଶ ପାଇଛି
ସୋସିଆଲ୍ ମିଡ଼ିଆରେ ଲୋକମାନେ ଏହାକୁ ନିନ୍ଦା କରି ଓଡ଼ିଆ ହୋଇ ମଧ୍ୟ ଏପରି କାମ କରିବା ଅପମାନଜନକ ବୋଲି କହିଛନ୍ତି। ଅନେକ ଲୋକ ଅନୁରୋଧ କରିଛନ୍ତି ଯେ ଅତିଥିମାନେ ଯେଉଁଠି ମହାପ୍ରସାଦ ସେବନ କରନ୍ତି, ସେଠି ପବିତ୍ରତା ଓ ସଂସ୍କୃତିକୁ ମନେ ରଖିବା ଦରକାର।
ପ୍ରଶାସନ ଏହି ଘଟଣାକୁ ଗମ୍ଭୀରତାରେ ନେଇ କାର୍ଯ୍ୟାନୁଷ୍ଠାନ ନେବା ଦାବି କରୁଛନ୍ତି ଅନେକ ଭକ୍ତ।
What's Your Reaction?






