ମଣିଷଖିଆ କୁମ୍ଭୀର କବଳରୁ ଜୀବନ ରକ୍ଷା କଲେ ବୃଦ୍ଧ

କେନ୍ଦ୍ରାପଡ଼ାରେ ନଦୀ ପାଖରେ ଆକ୍ରମଣ; ଗୋଟେ ଆଖିକୁ ଦେଖାଯାଉନଥିବା ସତ୍ୱେ ୧୦ ମିନିଟ ଲଢେଇ ପରେ ବଞ୍ଚିଲେ

Jun 25, 2025 - 20:14
 0  1
ମଣିଷଖିଆ କୁମ୍ଭୀର କବଳରୁ ଜୀବନ ରକ୍ଷା କଲେ ବୃଦ୍ଧ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବଉଳକଣି ପଞ୍ଚାୟତ ଅନ୍ତର୍ଗତ ଅରୁଣ ନଗର ଗାଁର ୬୦ ବର୍ଷିୟ ବୃଦ୍ଧ ପ୍ରଭାତ ମଣ୍ଡଳ ମଣିଷଖିଆ କୁମ୍ଭୀର ଆକ୍ରମଣରୁ ଆଶ୍ଚର୍ଯ୍ୟଜନକ ଭାବରେ ଜୀବନ ରକ୍ଷା କରିଛନ୍ତି। ରାମଚଣ୍ଡୀ ଗଳିଆ ନଦୀପାଖରେ ନିଜ ଚାଷ ଜମିରେ ତଳି ପକାଇବାକୁ ଗଲା ବେଳେ ଶୌଚ ପାଇଁ ନଦୀକୂଳକୁ ଯିବା ସମୟରେ ଲୁଚିଥିବା କୁମ୍ଭୀର ଆକ୍ରମଣ କରିଥିଲା।

ନଦୀ ପାଦରେ ପାଦ ବୁଡ଼ାଇବା ସହିତେ କୁମ୍ଭୀର ପ୍ରଭାତଙ୍କୁ ଟାଣି ନଈ ମଝିକୁ ନେଇଥିଲା। ଗୋଟିଏ ଆଖି ଦେଖିପାରୁନଥିଲେ ବି ସେ ଦୀର୍ଘ ୧୦ ମିନିଟ ଧରି କୁମ୍ଭୀର ସହିତ ହାତାହାତି କରିଥିଲେ। ଶେଷରେ ବୁଦ୍ଧିମତାର ସହିତ କୁମ୍ଭୀରର ଆଖିରେ ଆଙ୍ଗୁଠି ଗେଞ୍ଜି ଅସ୍ତ-ବ୍ୟସ୍ତ କରି ନିଜକୁ ଛୁଡ଼ି ଆଣିଥିଲେ।

ଗମ୍ଭୀର ଆହତ ଅବସ୍ଥାରେ ପ୍ରଭାତ ଘରକୁ ଫେରି ସ୍ଥାନୀୟ ଅସ୍ପତାଳରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଡାହାଣ ହାତରେ ୧୫ଟି ଓ ଜଂଘରେ ୮ଟି ଷ୍ଟିଚ୍ ପଡ଼ିଛି। ବର୍ଷାକାଳ କୁମ୍ଭୀରମାନଙ୍କର ପ୍ରଜନନ ସମୟ ଥିବାରୁ ସେମାନେ ଅଧିକ ହିଂସ୍ର ହୋଇଯାନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପ୍ରଭାତଙ୍କ ବୁଦ୍ଧିମତା ଓ ସାହସ ତାଙ୍କ ଜୀବନ ବଞ୍ଚାଇଛି, ହେଲେ ବର୍ଷା ଦିନେ ନଦୀ ଭିତରକୁ ଯିବାରେ ସାବଧାନ ରହିବାକୁ ପ୍ରଶାସନ ପକ୍ଷରୁ ଚେତାବନୀ ମିଳିଛି।

What's Your Reaction?

like

dislike

love

funny

angry

sad

wow