ବାଙ୍କୀ ଥାନା ସାମ୍ନାରେ ବିଷ ପିଇବାକୁ ଉଦ୍ୟମ
ଜମି ବିବାଦରେ ମାଆଙ୍କୁ ନ୍ୟାୟ ମିଳୁନଥିବାରୁ ପୁଅଙ୍କର ଆତ୍ମହତ୍ୟାଚେଷ୍ଟା, ପୋଲିସର ସଚେତନତାରେ ବଞ୍ଚିଗଲା ପ୍ରାଣ

ଭୁବନେଶ୍ୱର : ବାଙ୍କୀ ଥାନା ସାମ୍ନାରେ ବିଷ ପିଇ ଜୀବନ ହାରିବାକୁ ଚେଷ୍ଟା କଲେ ଜଣେ ଯୁବକ। ସୂଚନା ଅନୁସାରେ, କୁସୁନ୍ଦା ଗାଁରେ ଜମି ବିବାଦକୁ ନେଇ କୁନି ଭୋଇ ନାମକ ଜଣେ ମହିଳାଙ୍କୁ ପିଟିବା ସହିତ ତାଙ୍କର ଗୋଡ଼ ଭାଙ୍ଗିଦେଇଥିଲେ କିଛି ଲୋକ।
ଘଟଣାକୁ ନେଇ ପ୍ରଥମେ ୨୯ ତାରିଖରେ ଆହତାଙ୍କ ଦ୍ୱାରା ତାଳବସ୍ତ ପୋଲିସ ଫାଣ୍ଡିରେ ଅଭିଯୋଗ ହୋଇଥିଲା। କିନ୍ତୁ ପଦକ୍ଷେପ ନହେବାରୁ, ୩୦ ତାରିଖରେ ପୁଣିଥରେ ବାଙ୍କୀ ଥାନାରେ ମାମଲା ରିପୋର୍ଟ କରାଗଲା।
ଆହତ ମହିଳା ବାଙ୍କୀ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିବାବେଳେ, ନ୍ୟାୟ ମିଳୁନଥିବାରୁ ତାଙ୍କ ପୁଅ ନିଜ ମାଆଙ୍କୁ ସାଙ୍ଗେ ନେଇ ଥାନା ସାମ୍ନାରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ।
କିନ୍ତୁ ସମୟୋଚିତ ସଚେତନତାରେ ବାଙ୍କୀ ପୋଲିସ ବିଷର ବୋତଲକୁ ଛଡାଇ ଦେଇ ଯୁବକଙ୍କୁ ଉଦ୍ଧାର କଲା। ପୋଲିସର ପଦକ୍ଷେପରେ ଅଘଟଣ ଏଡାଇ ଦିଆଗଲା ।
What's Your Reaction?






