ପ୍ରବଳ ବର୍ଷାରେ ୧୭ ଜିଲ୍ଲା ପ୍ରଭାବିତ
ଗଙ୍ଗା-ଯମୁନା ରେ ବିପଦ ସଙ୍କେତ ଟପିଲା ଜଳସ୍ତର

ଭୁବନେଶ୍ୱର : ଲଗାତାର ବର୍ଷାରେ ଉତ୍ତର ପ୍ରଦେଶର ୧୭ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ପ୍ରୟାଗରାଜ, ବାରାଣସୀ, ଗାଜିପୁର, ବାଲିଆ ଭଳି ଅଞ୍ଚଳରେ ଗଙ୍ଗା ଓ ଯମୁନା ନଦୀ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ଗତ ୨୪ ଘଣ୍ଟାରେ ବନ୍ୟା ଓ ବଜ୍ରପାତରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୨ ଜିଲ୍ଲାରେ ୧୧ ମନ୍ତ୍ରୀଙ୍କ ଦଳ ମୁତୟନ କରି ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ବିତ କରିବା ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାରେ ୪୦୨ ଗ୍ରାମ, ୩୭ ତହସିଲ୍ ପ୍ରଭାବିତ ହୋଇ ୪୭,୯୦୬ ଲୋକ ରିଲିଫ୍ ଅଭିଯାନରେ ଶାମିଳ ହୋଇଛନ୍ତି।
ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ପିଏସି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷାରେ ବିପର୍ଯ୍ୟୟ ସୃଷ୍ଟି ହୋଇ ଅନେକ ହୋଟେଲ୍ ଓ ଘର ଭାସିଯାଇଛି।
What's Your Reaction?






