ଥମିବାର ନାଁ ନେଉନି ହଇଜା

ଯାଜପୁରରେ ଆଉ ୪ ଜଣ ଚିହ୍ନଟ, ମୋଟ କଲେରା ପଜିଟିଭ ୩୧କୁ ପହଞ୍ଚିଲା

Jun 24, 2025 - 17:32
 0  0
ଥମିବାର ନାଁ ନେଉନି ହଇଜା

ଭୁବନେଶ୍ୱର : ଜିଲ୍ଲାରେ ହଇଜା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଆଜି ଆଉ ୪ ଜଣ କଲେରା ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଚିନ୍ତିତ। ଏହି ସହିତ ଯାଜପୁର ଜିଲ୍ଲାରେ କଲେରା ପଜିଟିଭ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ମିଶ୍ରଙ୍କ କହିବାନୁସାରେ, ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନେଇଯାଇଥିବା ୨୦୮ଟି ନମୁନାରୁ ୧୨୯ଟି ରିପୋର୍ଟ ଆସିଥିବା ବେଳେ, ସେଥିରୁ ୩୧ଟି ପଜିଟିଭ ବାହାରିଛି।

ଏବେବି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୧୫୪ ଜଣ ସଂକ୍ରମିତ ରୋଗୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ଆପାତକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆପରାଜିତ ହୋଇ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ବ୍ୟାପକ ଅଭିଯାନ ଚାଲୁ କରିଛି।

ଏଥିପାଇଁ ୪୨ଟି ଜଳ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା, ଯାହାରୁ ୨୦ଟି ନମୁନା ବିପଦପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଛି। ଏହା ହୋଟେଲ, ଜଳଖିଆ ଦୋକାନ ଓ ଜଳ ପାଉଚ୍ କମ୍ପାନୀଗୁଡିକର ନମୁନା ଥିଲା।

ପ୍ରଶାସନ ପକ୍ଷରୁ ଜଳ ପାନ ପାଇଁ ଉବ୍ବା ଜଳ ବ୍ୟବହାର କରିବା, ସ୍ୱଚ୍ଛତା ରଖିବା ଓ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ଆହ୍ୱାନ ଦିଆଯାଇଛି।

What's Your Reaction?

like

dislike

love

funny

angry

sad

wow