ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ
ନଭେମ୍ବର-ଡିସେମ୍ବରରେ ବିଶାଳ କାର୍ଯ୍ୟକ୍ରମ, ରୋଡ଼ ସୋ’

ଭୁବନେଶ୍ୱର : ଆସନ୍ତା ନଭେମ୍ବର ଓ ଡିସେମ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ। ଏହି ସମୟରେ ବଡ଼ ସଭା, ରୋଡ଼ ସୋ’ ଓ ବିଭିନ୍ନ ଜିଲ୍ଲାରେ ବିଶେଷ କାର୍ଯ୍ୟକ୍ରମ ହେବ।
ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଭୋଟ ଚୋରି, ଗରିବୀ, ନାରୀ ସୁରକ୍ଷା ଭଳି ପ୍ରସଙ୍ଗକୁ ନେଇ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ସେ କହିଛନ୍ତି, ରାହୁଲ ଗାନ୍ଧୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯାଇ ସରଳ ଲୋକଙ୍କ ସହ ସମ୍ପର୍କ ସୃଷ୍ଟି କରିବେ ଓ ବିଶାଳ ସଭାରେ ଯୋଗଦେବେ।
What's Your Reaction?






