ଉତ୍ତର ବାଲେଶ୍ୱର ବନ୍ୟା ପ୍ରଭାବିତ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଲେ ବ୍ୟାପକ ସମୀକ୍ଷା

ରିଲିଫ୍‌, ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ନିର୍ଦ୍ଦେଶ

Jul 4, 2025 - 15:40
Jul 4, 2025 - 15:41
 0  1
ଉତ୍ତର ବାଲେଶ୍ୱର ବନ୍ୟା ପ୍ରଭାବିତ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଲେ ବ୍ୟାପକ ସମୀକ୍ଷା

ଭୁବନେଶ୍ୱର : ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟା ପରିଣାମରେ ଉତ୍ତର ବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବାଲିଆପାଳ ବ୍ଲକ୍‌ ଗଭୀର ପ୍ରଭାବିତ ହୋଇଛି। ଆଜି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବନ୍ୟାଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି।

ସେ ଆକାଶ ମାର୍ଗରେ ବନ୍ୟା ପରିସ୍ଥିତି ଦେଖିବା ପରେ ଭୋଗରାଇ ଓ ବାଲିଆପାଳ ବ୍ଲକ୍‌ର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପହଞ୍ଚି ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। ସେ ବନ୍ୟା ପୀଡିତଙ୍କୁ ୭ ଦିନ ଧରି ରିଲିଫ୍‌ ଯୋଗାଇବା, ପାନୀୟଜଳ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ, ଓ ତୁରନ୍ତ କ୍ଷତିପୂରଣ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟାରେ ମୃତ ୩ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦେବା ସହ ବନ୍ୟା ଶାନ୍ତ ହେବା ପରେ ସର୍ବେ ଆଧାରରେ ଅନ୍ୟ ଉପରେ କ୍ଷତିପୂରଣ ଦେବାକୁ କହିଛନ୍ତି।
ଏହି ବୈଠକରେ ବିଭିନ୍ନ ବିଧାୟକ, ଏମ୍‌ପି, ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow