ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା – ମୁଖ୍ୟମନ୍ତ୍ରୀଙ୍କ ଶୋକ ଓ ତଦନ୍ତ ନିର୍ଦ୍ଦେଶ
ଦୋଷୀଙ୍କୁ ଛଡା ଯିବ ନାହିଁ, ଦୃଷ୍ଟାନ୍ତମୂଳକ ଦଣ୍ଡ ହେବ” – ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ବାଲେଶ୍ବର ଫକୀରମୋହନ କଲେଜର ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରି ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ସେ ଏହି ଦୁଃଖଦ ଘଟଣାର ଉପଯୁକ୍ତ ତଦନ୍ତ ଓ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ଆମେ ଆଶା କରୁଥିଲୁ ଝିଅ ବଞ୍ଚିଯିବ, କିନ୍ତୁ ତାହା ସମ୍ଭବ ହେଲା ନାହିଁ। ଯେଉଁମାନେ ଏଥିରେ ସଂପୃକ୍ତ, ସେମାନେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବ ।"
ସୌମ୍ୟାଶ୍ରୀଙ୍କ ପୈତୃକ ଗାଁ ପଳାସିଆର ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଖାଗ୍ନି ଦେଇଥିଲେ ତାଙ୍କ ଭାଇ। ଅନେକ ଲୋକ ଅଶ୍ରୁସଜଳ ଚକ୍ଷୁରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ଯେଉଁଠି ପୂରା ଗାଁ ଏକାଠି ହୋଇଥିଲା। ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସହ ବିକଳ ଓ ନିରୁତ୍ତର ହୋଇପଡ଼ିଛି ତାଙ୍କ ପରିବାର।
What's Your Reaction?






