ଶ୍ରମିକଙ୍କୁ ଏନଟିପିସି ପ୍ଲାଣ୍ଟକୁ ପ୍ରବେଶ ନା' : ସୁଭଦ୍ରା ହତ୍ୟା ଘଟଣା ବିରୋଧରେ କଣିହାଁ ବନ୍ଦ

୮ ଦଫା ଦାବି ନେଇ ବିଭିନ୍ନ ସଙ୍ଗଠନଙ୍କ ବନ୍ଦ ଡାକ, ପ୍ଲାଣ୍ଟକୁ ଯାଇପାରିଲେ ନାହିଁ ଶ୍ରମିକ

May 20, 2025 - 16:36
 0  2
ଶ୍ରମିକଙ୍କୁ ଏନଟିପିସି ପ୍ଲାଣ୍ଟକୁ ପ୍ରବେଶ ନା' : ସୁଭଦ୍ରା ହତ୍ୟା ଘଟଣା ବିରୋଧରେ କଣିହାଁ ବନ୍ଦ

ଭୁବନେଶ୍ୱର : ତାଳଚେର ସୁଭଦ୍ରା ପଦୀଲଙ୍କ ଅପହରଣ ଓ ହତ୍ୟା ଘଟଣାକୁ କେନ୍ଦ୍ର କରି ଏନ୍‌ଟିପିସି କଣିହାଁ ଅଞ୍ଚଳରେ ଆଜି ବିଭିନ୍ନ ସାମାଜିକ ଓ ଶ୍ରମିକ ସଙ୍ଗଠନ ଦ୍ୱାରା ବନ୍ଦ ଡାକ ଦିଆଯାଇଥିଲା। ଦାବି ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ, ଘଟଣାର ସିବିଆଇ ତଦନ୍ତ, କଠୋର ଦଣ୍ଡ ଓ ପରିବାରକୁ କ୍ଷତିପୂରଣ ଅନ୍ତର୍ଭୁକ୍ତ ଥିଲା।

ଏହି ବନ୍ଦର ପ୍ରଭାବରେ କଣିହାଁ ଓ ଏନ୍‌ଟିପିସି ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। କେତେକ ସଙ୍ଗଠନ ଏନ୍‌ଟିପିସି ମୁଖ୍ୟଦ୍ଵାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ଶ୍ରମିକମାନେ ସକାଳେ ପ୍ଲାଣ୍ଟକୁ ପ୍ରବେଶ କରିପାରି ନଥିଲେ। ବନ୍ଦ ପାଳନ ସହ କଣିହାଁ ଅଞ୍ଚଳର ବେଶ କିଛି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା ଓ ରାସ୍ତା ଯାତାୟାତ ପ୍ରାୟତଃ ଠପ୍‌ ଥିଲା।

ଏହି ବନ୍ଦ ଆନ୍ଦୋଳନରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ, ଏଆଇୟୁଟିୟୁସି, ଏସ୍‌ୟୁସିଆଇ, ଏଡିଏସଓ ସ‌ହ ବହୁ ସଂଗଠନର ନେତୃତ୍ୱ ଓ ସଦସ୍ୟମାନେ ସାମିଲ ହୋଇ ଘଟଣାକୁ ନେଇ ନ୍ୟାୟ ଦାବି କରିଥିଲେ।

What's Your Reaction?

like

dislike

love

funny

angry

sad

wow