ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ
ଆଇଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବାକୁ ଆସିଥିବା ବେଳେ ଘଟିଲା ଦୁଃଖଦ ଘଟଣା

ଭୁବନେଶ୍ୱର: ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନକଣା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠି ଏକ ଯୁବକ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ବିଶ୍ୱରଞ୍ଜନ ବିଶ୍ୱାଳଙ୍କ ପୁଅ କାର ବିଶ୍ୱାଳ, ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ବସୁପୁର ଗ୍ରାମବାସୀ। ସେ ଗତକାଲି ତାଙ୍କ ଆଇଙ୍କ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟରେ ଯୋଗଦେବାକୁ ଜହ୍ନକଣା ଗାଁକୁ ଆସିଥିଲେ।
ଆଜି ସକାଳେ, ଓଁକାର ତାଙ୍କ ମା’ଙ୍କ ସହ ପୋଖରୀକୁ ଗାଧୋଇବାକୁ ଗଲେ, ଅସାବଧାନତାରୁ ପୋଖରୀରେ ବୁଡ଼ିଯାଇଥିଲେ। ଘଟଣା ଦେଖି ତାଙ୍କ ମା’ ଲୋକମାନଙ୍କୁ ଡାକିଥିଲେ। ସ୍ଥାନୀୟ ଗ୍ରାମବାସୀ ଓ ଦମକଳ ବାହିନୀ ଯୁବକଙ୍କୁ ଉଦ୍ଧାର କରି ଯାଜପୁର ରୋଡ଼ ମେଡିକାଲକୁ ନେଇଯାଇଥିଲେ।
ଯଦିଓ ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା, ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସୂଚନା ପାଇ ପାଣିକୋଇଲି ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
What's Your Reaction?






