୧୮ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଧାନସଭାର ମୋସୁମୀ ଅଧିବେଶନ

Sep 16, 2025 - 11:59
 0  0
୧୮ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଧାନସଭାର ମୋସୁମୀ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ୧୮ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାର ମୋସୁମୀ ଅଧିବେଶନ ବସିବ। ମୋଟ ୭ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନରେ ସରକାର ବିରୋଧରେ ବିଭିନ୍ନ ପ୍ରସଙ୍ଗ ଉଠିବା ନିଶ୍ଚିତ। ଶାସକ ଓ ବିରୋଧୀ – ଉଭୟଙ୍କ ପାଇଁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ହେବ।

ଅଧିବେଶନ ସୁଚାରୁ ଭାବେ ଚାଲିବାକୁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୋଠକ ଡାକିଛନ୍ତି। ସେଥିରେ ସଭାର କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା ହେବ।

ବିଜେଡି ଓ କଂଗ୍ରେସ ସରକାରକୁ ଆଇନ-ଶୃଙ୍ଖଳା, ସାର ସମସ୍ୟା, ଧାନ କିଣାରେ ବିଭ୍ରାଟ, ଶିକ୍ଷାନୁଷ୍ଠାନରେ ଅଶାନ୍ତି, ରଥଯାତ୍ରା ବିଭ୍ରାଟ ଭଳି ପ୍ରସଙ୍ଗ ଉପରେ କୋଣାରେ ରଖିବାକୁ ଯୋଜନା କରୁଛନ୍ତି।

ଆସନ୍ତାକାଲି ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ। ସେହିପରି ବିଜେପି ବିଧାୟକ ଦଳର ବୈଠକ ମଧ୍ୟ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଧାରଣ ସମ୍ପାଦକ ମାନସ ମହାନ୍ତି ଉପସ୍ଥିତ ହେବେ।

What's Your Reaction?

like

dislike

love

funny

angry

sad

wow