ରଥଯାତ୍ରା ପାଇଁ ରେଳ ବ୍ୟବସ୍ଥା
ରଥଯାତ୍ରା ୨୦୨୫: ପୂର୍ବତଟ ରେଳପଥରୁ ୩୬୫ଟି ସ୍ୱତନ୍ତ୍ର ରେଳ, ଭକ୍ତଙ୍କ ପାଇଁ ବିଶେଷ ବ୍ୟବସ୍ଥା

ଭୁବନେଶ୍ୱର : ପୁରୀରେ ହେବାକୁ ଯାଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏଥର ରଥଯାତ୍ରା ଅବସରରେ ୩୬୫ଟି ସ୍ୱତନ୍ତ୍ର ରେଳ ସେବା ଚଳାଉଛି। ଗତ ବର୍ଷ ୩୧୫ଟି ରେଳ ଚାଲିଥିଲେ, ଏଥିପାଇଁ ଚଳିତ ବର୍ଷ ୫୦ଟି ଅଧିକ ରେଳ ସେବା ଯୋଗ କରାଯାଇଛି।
ଏହି ବୈଶିଷ୍ଟ୍ୟପୂର୍ଣ୍ଣ ରେଳଗୁଡ଼ିକ ରାଉରକେଲା, ବାଲେଶ୍ୱର, ବାଙ୍ଗିରିପୋଷି, ଅନୁଗୋଳ, ବୌଦ୍ଧ, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ବଡ଼ବିଲ, ଦଶପଲ୍ଲା, ଜଗଦଲପୁର, ଗୁଣୁପୁର, ଗୋଣ୍ଡିଆ (ଛତିଶଗଡ଼), ସାନ୍ତ୍ରାଗାଛି/କଲକାତା (ପଶ୍ଚିମବଙ୍ଗ), ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ସହ ବିଭିନ୍ନ ସ୍ଥାନରୁ ଚଳାଚଳ କରିବ।
ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନା ବେଶ, ଓ ସନ୍ଧ୍ୟା ଦର୍ଶନ ଦିନଗୁଡ଼ିକୁ ଗୁରୁତ୍ୱ ଦେଇ ଯାତ୍ରୀ ସ୍ୱାର୍ଥରେ ବ୍ୟବସ୍ଥା କରାଯାଇଛି। ରେଳ ପକ୍ଷ ଯାତ୍ରୀଙ୍କୁ ନିରାପଦ ଓ ଆରାମଦାୟକ ଯାତ୍ରା ଦେବାକୁ ପ୍ରତିବଦ୍ଧ। ଯାତ୍ରୀମାନେ ସରକାରୀ ପୋର୍ଟାଲ ମାଧ୍ୟମରେ ରେଳ ତଥ୍ୟ ଯାଞ୍ଚ କରିପାରିବେ।
What's Your Reaction?






