ଭୁବନେଶ୍ୱରରେ ‘ଡ୍ରାଏ ଡେ’
ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମସିର ବଡ଼ ପଦକ୍ଷେପ

ଭୁବନେଶ୍ୱର – ଡେଙ୍ଗୁ ନିୟନ୍ତ୍ରଣ କରିବାକୁ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (BMC) ଏବେ ସଜାଗ । ଆସନ୍ତା କାଲିଠୁ ସପ୍ତାହରେ ଦୁଇ ଦିନ ‘ଡ୍ରାଏ ଡେ’ ପାଳନ କରିବା ନିଷ୍ପତ୍ତି ନେଇଛି ବିଏମସି। ଏହି କାର୍ଯ୍ୟକ୍ରମ ସହରର ସମସ୍ତ ୱାର୍ଡରେ ଚାଲିଥିବା ଡେଙ୍ଗୁ ସଂକ୍ରମଣକୁ ରୋକିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।
ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଲୋକମାନେ ତାଙ୍କ ଘର ଓ ଚାରିପାଖରୁ ପାଣି ଜମିଥିବା ପାତ୍ର, ଫୁଲକୁଣ୍ଡ, ଟାଙ୍କି ଓ ଅବ୍ୟବହୃତ ଟାୟାର ଓଲଟାଇ ରଖନ୍ତୁ । ଗତବର୍ଷ ଯେଉଁ ୱାର୍ଡଗୁଡିକରେ ଅଧିକ ଡେଙ୍ଗୁ ମାମଲା ଦେଖାଦେଇଥିଲା ସେ ସ୍ଥାନରେ ବିଶେଷ କାର୍ଯ୍ୟ ହେବ।
ଚଳିତ ବର୍ଷ ଅଧିକ କର୍ମଚାରୀ ନିଯୁକ୍ତ କରାଯାଇଛନ୍ତି। ସଫା ସୁଥା ଓ ତେଲ ସ୍ପ୍ରେ ଦ୍ୱାରା ଉଲୁଟା ମସାର ବିକାଶକୁ ରୋକିବା ଉଦ୍ଦେଶ୍ୟରେ ୭୦ ଜଣ ଷ୍ଟାଫ ନିଯୁକ୍ତ ହୋଇଛନ୍ତି।
ସଫାଇ ଗାଡି ଏବଂ ଟ୍ରାଫିକ ପୋଷ୍ଟର ମାଧ୍ୟମରେ ଡେଙ୍ଗୁ ନେଇ ସଚେତନତା ଅଭିଯାନ ଆରମ୍ଭ ହେବ। ଆଜି କର୍ପୋରେଟରଙ୍କୁ ବିଏମସି ମୁଖ୍ୟାଳୟରେ ଟ୍ରେନିଂ ମଧ୍ୟ ଦିଆଯିବ। ବିଏମସି ପକ୍ଷରୁ ଏହି ଅଭିଯାନ ମାନବ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
What's Your Reaction?






