ବିଧବା ଝିଅମାନେ ମଧ୍ୟ ପାଇବେ ବିବାହ ସାହାଯ୍ୟ
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ନୂଆ ନିଷ୍ପତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ସମୀକ୍ଷା କରି ଏହି ଯୋଜନାରେ ବିଧବା ଝିଅମାନେଙ୍କୁ ଅନ୍ତର୍ଭୁକ୍ତ କରିବା ନିଷ୍ପତି ନେଇଛନ୍ତି। ଏହି ଯୋଜନା ଦ୍ୱାରା ଗରିବ ପିତାମାତାଙ୍କ ଉପରୁ ବିବାହ ବ୍ୟୟର ଭାର କମିବ।
ସମୀକ୍ଷା ବୈଠକରେ ସେ ଏହି ବିବାହକୁ ସାମୂହିକ ଭାବେ ଆୟୋଜନ କରିବା, ଝିଅମାନଙ୍କୁ ଉପହାର ଦେବା ଓ ଶୀଘ୍ର ଯୋଜନା ଆରମ୍ଭ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଅଙ୍ଗନବାଡି କେନ୍ଦ୍ରରେ ଚାଲିଥିବା ‘ଆମେ ପଢ଼ିବା ଆମ ଭାଷାରେ’ କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା ହୋଇଥିଲା। ରାଜ୍ୟର ୧୫ ଜିଲ୍ଲାରେ ୧୭ ଟି ଦେଶୀୟ ଭାଷାରେ ଶିଶୁମାନଙ୍କୁ ମାତୃଭାଷାରେ ପାଠପଢ଼ାଯାଉଛି, ଯାହା ତାଙ୍କର ଆତ୍ମବିଶ୍ୱାସ ବଢ଼ାଇବ ବୋଲି ସେ କହିଛନ୍ତି।
ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅନୁ ଗର୍ଗ, ଶୁଭା ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
What's Your Reaction?






