ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକୁ ନେଇ ବୃଦ୍ଧି ପାଇଲା ସହାୟତା ରାଶି

ମୃତ୍ୟୁକାଳୀନ ସହାୟତା ୬ ଲକ୍ଷରୁ ବଢ଼ି ୧୦ ଲକ୍ଷ, ଘରକୁ କ୍ଷତି ହେଲେ ମିଳିବ ଆର୍ଥିକ ସହଯୋଗ

Jun 9, 2025 - 17:27
 0  0
ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକୁ ନେଇ ବୃଦ୍ଧି ପାଇଲା ସହାୟତା ରାଶି

ଭୁବନେଶ୍ୱର: ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣ ଅବସରରେ ଲୋକମାନେ ଜୀବନ ହାରାଉଥିବା ଘଟଣା ବଢ଼ିବାକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ନିଷ୍ପତ୍ତି ନେଇ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ପାଉଥିବା ବ୍ୟକ୍ତିଙ୍କ ପରିବାରକୁ ଦିଆଯାଉଥିବା ସହାୟତା ରାଶି ୬ ଲକ୍ଷରୁ ବଢ଼ି ୧୦ ଲକ୍ଷ ଟଙ୍କା କରାଯାଇଛି ।

ସେହିପରି ଯଦି ବନ୍ୟଜନ୍ତୁ ଆକ୍ରମଣରେ କାହାରି ଘର କିମ୍ବା ଅନ୍ୟ ବାସସମ୍ପତ୍ତି କ୍ଷତିଗ୍ରସ୍ତ ହୁଏ, ତେବେ ସେମାନଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ଅନୁଯାୟୀ ଘର ବା ସମତୁଲ ଅର୍ଥିକ ସହାୟତା ମିଳିବ । ରୋଷେଇ ଘର, ଧାନ ଗୋଦାମ ବା ପଶୁ ଗୁହାଳ କ୍ଷତି ହେଲେ ସରକାର ପକ୍ଷରୁ ୩,୦୦୦ ଟଙ୍କା ସହାୟତା ଦିଆଯିବ ।

ପାଚେରୀ କିମ୍ବା କମ୍ପାଉଣ୍ଡ ୱାଲ୍ ନଷ୍ଟ ହେଲେ ପ୍ରତି ମିଟର ପଛରେ ୫,୦୦୦ ଟଙ୍କା ହିସାବରେ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପାମୂଳକ ସହାୟତା ମିଳିବ । ଏହି ନିଷ୍ପତ୍ତି ଦ୍ୱାରା ବନ୍ୟଜନ୍ତୁ ଆକ୍ରମଣରୁ ପୀଡିତ ଲୋକମାନେ ଅବଶ୍ୟ ସାନ୍ତ୍ୱନା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଘୋଷଣା ପରେ ଗ୍ରାମାଞ୍ଚଳରେ ବସବାସ କରୁଥିବା  ଲୋକମାନେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow