ବିପଦରେ ଯାତ୍ରୀଙ୍କ ଜୀବନ : ଅଳ୍ପକେ ବଞ୍ଚିଲେ ଯାତ୍ରୀ

ତପସ୍ୱିନୀ ଏକ୍ସପ୍ରେସ୍‌ ଉପରେ ପଥର ମାଡ, ରେଙ୍ଗାଲି ଷ୍ଟେସନ ନିକଟରେ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ

May 17, 2025 - 11:50
May 17, 2025 - 15:13
 0  5
ବିପଦରେ ଯାତ୍ରୀଙ୍କ ଜୀବନ : ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଭୁବନେଶ୍ୱର, ମେ ୧୭: ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ତପସ୍ୱିନୀ ଏକ୍ସପ୍ରେସ୍‌ (୧୮୪୫୨) ଉପରେ ଅଜଣା ଦୁର୍ବୁତ୍ତମାନେ ପଥର ମାଡ଼ କରିଥିଲେ। ଏହି ଘଟଣା ଘଟିଥିଲା ସମ୍ବଲପୁର ଜିଲ୍ଲାର ରଙ୍ଗାଲି ଷ୍ଟେସନ ନିକଟରେ, ଯେତେବେଳେ ଟ୍ରେନ୍‌ଟି ପୁରୀରୁ ହଟିଆ ଯାଏଁ ଯାତ୍ରା କରୁଥିଲା।

ସୂତ୍ର ଅନୁଯାୟୀ, ଟ୍ରେନ୍‌ଟି ରେଙ୍ଗାଲି ରୁ ଝାରସୁଗୁଡା ଯିବା ସମୟରେ , ଏସି କୋଚ୍‌ର ଯାତ୍ରୀମାନେ ଏକ ଶବ୍ଦ ଶୁଣି ଆତଙ୍କିତ ହୋଇପଡ଼ିଥିଲେ। କିଛି ଲୋକ ଚିତ୍କାର କରିବାକୁ ଲାଗିଥିଲେ, ଯାହା ଦେଖି ଅନ୍ୟମାନେ ଭୟଭୀତ ହୋଇପଡ଼ିଥିଲେ। ପଥର ମାଡ଼ ଯୋଗୁଁ ଏସି କୋଚ୍‌ ବି୭ର ଝରକା କାଚ ଭାଙ୍ଗିଗଲା, ଯାହା ଫଳରେ ଟ୍ରେନ୍‌ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। 

ଏହି ଘଟଣା ବିଷୟରେ ତୁରନ୍ତ ରେଳବାଇ ପୋଲିସ୍‌ କୁ ଜଣାଇଦିଆଯାଇଛି। ରେଳବାଇ ପୋଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଓ ଆକ୍ରମଣକାରୀମାନେ କିଏ ଓ କାହିଁକି ଏହା କଲେ, ସେଥିପାଇଁ ଏକ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଚାଲିଛି।

ଏହି ପ୍ରକାର ଆକ୍ରମଣ ଏହି ଅଞ୍ଚଳରେ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ରଙ୍ଗାଲି ଷ୍ଟେସନ ଓ ଜଗନ୍ନାଥ କଲୋନି ନିକଟରେ ଏଭଳି ପଥର ଫିଙ୍ଗା ଘଟଣା ଦେଖାଯାଇଛି। ଏକ ଘଟଣାରେ ଜଣେ ଯାତ୍ରୀ ଆହତ ହେବାର ମଧ୍ୟ ସୂଚନା ମିଳିଥିଲା। ଏ

ପରି ଘଟଣା ବାରମ୍ବାର ହେଉଥିବାରୁ ଯାତ୍ରୀମାନଙ୍କ ସୁରକ୍ଷା ବିଷୟରେ ପ୍ରଶ୍ନ ଉଠୁଛି। 

What's Your Reaction?

like

dislike

love

funny

angry

sad

wow