ପରିମଳ କର୍ମଚାରୀଙ୍କ ସଶକ୍ତିକରଣ ଲକ୍ଷ୍ୟରେ ଓଡ଼ିଶାରେ ଗରିମା କର୍ମଶାଳା
ସ୍ୱଛତା ଆନ୍ଦୋଳନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ପଦକ୍ଷେପ

ଭୁବନେଶ୍ୱର: ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଦିନିଆ 'ଗରିମା' ଜାତୀୟ କର୍ମଶାଳାର ଆଜି ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରି, ପରିମଳ କର୍ମଚାରୀଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଘରେ ଘରେ ଶୌଚାଳୟ ଯୋଜନା ଆରମ୍ଭ ହୋଇଥିଲା, ଯେଉଁଥିରେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ୧୧୫ଟି ସହରରେ ୧୦ ହଜାରରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଶିକ୍ଷା ଓ ପ୍ରମାଣପତ୍ର ଦେଇ ଉନ୍ନତ କରାଯିବ।
ସ୍ୱଛତା ଅଭିଯାନକୁ ଅଧିକ ଜୋରଦାର କରିବା ପାଇଁ ସରକାର ଜୀବନ ବୀମା, ଜନ ଆରୋଗ୍ୟ ଓ ଗୋପବନ୍ଧୁ ଯୋଜନା ଅନ୍ତର୍ଗତ ଚିକିତ୍ସା ସୁବିଧା, ଘର ନିମିତ୍ତ ସହାୟତା, ମୋବାଇଲ ଫୋନ ଇତ୍ୟାଦି ପ୍ରଦାନ କରିବା ଯୋଜନା ରଖିଛି।
ପ୍ରତିବର୍ଷ ୫୦ କୋଟି ଟଙ୍କା ଖର୍ଚ୍ଚ କରି ସ୍ଵଚ୍ଛତା ପାଇଁ ଅନୁଦାନ ଦିଆଯାଉଛି। ସଫେଇ କାମ ସମୟରେ କୌଣସି ଦୁର୍ଘଟନାରେ ଜୀବନ ହାନି ହେଲେ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ, ଯାହାକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରାଜ୍ୟରେ ପ୍ରତିବର୍ଷ ଏହି କର୍ମଶାଳା ଆୟୋଜିତ ହେବ ଓ ପରିମଳ ବ୍ୟବସ୍ଥା ନେଇ ୧୫ ଦିନିଆ ସଚେତନତା ଅଭିଯାନ ଆରମ୍ଭ କରାଯିବ।
What's Your Reaction?






