ଧାନ ବିକ୍ରି ସମସ୍ୟାକୁ ନେଇ ଚାଷୀମାନଙ୍କ ରାସ୍ତା ବନ୍ଦ

ଧାନ ବିକ୍ରି ସମସ୍ୟାକୁ ନେଇ ସମ୍ବଲପୁର ଚାଷୀମାନେ ଦେଇଥିବା ଧାରଣା ପରେ ପ୍ରଶାସନର ଲିଖିତ ପ୍ରତିଶୁତି

Jun 10, 2025 - 12:41
 0  0
ଧାନ ବିକ୍ରି ସମସ୍ୟାକୁ ନେଇ ଚାଷୀମାନଙ୍କ ରାସ୍ତା ବନ୍ଦ

ଭୁବନେଶ୍ୱର : ଧାନ ବିକ୍ରି ସମସ୍ୟାକୁ ନେଇ ସମ୍ବଲପୁର ଚାଷୀମାନେ ସିନ୍ଦୂରପଙ୍କଠାରେ ୫୩ ଓ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ପ୍ରାୟ ୪ ଘଣ୍ଟା ଧରି ଅନେକ ଗାଡ଼ି ଟ୍ରାଫିକ ଜାମରେ ଅଟକି ରହିଥିଲା । ଚାଷୀମାନେ ଅଭିଯୋଗ କରିଥିଲେ ଯେ ଟାର୍ଗେଟ ଅଭାବରୁ ଧାନ କ୍ରୟ ଓ ଟୋକନ୍ ବିକ୍ରି ହେଉ ନାହିଁ ।

ଏହାପରେ  ଉପଜିଲ୍ଲାପାଳ ଓ ସିଏସ୍‌ଓ ଚାଷୀଙ୍କ ସହ ଆଲୋଚନା କରି, ଲିଖିତ ଭାବେ ପ୍ରତିଶୃତି ଦେଇଥିଲେ ଯେ ଆଗାମୀ ଦିନରେ ଟାର୍ଗେଟ ଅଭାବରୁ ବିକ୍ରି ସ୍ଥଗିତ ହେବ  ନାହିଁ। ଏହି ଆନ୍ଦୋଳନ ଚାଷୀଙ୍କ ଦବାବ ଓ ଅସନ୍ତୋଷର ଚିହ୍ନ ବୋଲି ମନ୍ୟ ହେଉଛି।

What's Your Reaction?

like

dislike

love

funny

angry

sad

wow