ଗୁଜରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା: ୧୩୩ ଜଣଙ୍କ ମୃତ୍ୟୁ
ଏୟାର ଇଣ୍ଡିଆର ବିମାନ ଟେକ୍ଅଫ୍ ସମୟରେ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର : ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଉଡ଼ାଣ ଭରିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବିମାନରେ ୨୪୨ ଯାତ୍ରୀ ଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ବିମାନଟି ଦିନ ୧ଟା ୩୯ରେ ଅହମ୍ମଦାବାଦ ବିମାନବନ୍ଦରର ରନଓ୍ୱେ ୨୩ରୁ ଉଡାଣ ଆରମ୍ଭ କରିଥିଲା। ଉଡାଣ ଭରିବା ସମୟରେ, ପାଇଲଟ୍ ନିକଟସ୍ଥ ATC କୁ ଏକ MAYDAY ସଙ୍କେତ ପଠାଇଥିଲେ, କିନ୍ତୁ ATC ପକ୍ଷରୁ କୌଣସି ସଙ୍କେତ ଦିଆଯାଇ ନଥିଲା। ଉଡାଣର କିଛି ସେକେଣ୍ଡ ପରେ ବିମାନଟି ବିମାନବନ୍ଦର ପରିସର ବାହାରେ କ୍ରାସ ହୋଇଥିଲା।
ଏହି ଦୁର୍ଘଟଣାରେ ୧୩୩ ଜଣଙ୍କ ମୃତ୍ୟୁ ହୋଇଛି, ଯାହାର ମଧ୍ୟରେ ୫୨ ବ୍ରିଟିଶ ପାସେଞ୍ଜର ଥିଲେ। ବିମାନରେ ମୋଟ ୨୪୨ ଯାତ୍ରୀ ଥିଲେ, ଯାହାର ମଧ୍ୟରେ ୧୬୯ ଭାରତୀୟ, ୫୩ ବ୍ରିଟେନର, ୭ ପର୍ତ୍ତୁଗାଲର, ଏବଂ ୧ କାନାଡ଼ାର ନାଗରିକ ଥିଲେ।
ଦୁର୍ଘଟଣା ପରେ, ବିମାନବନ୍ଦରରେ ଥିବା ଲୋକଙ୍କୁ ବାହାର କରାଯାଇ ବନ୍ଦେ ଭାରତ ଏକ୍ସପ୍ରେସ ଦ୍ବାରା ପଠାଯିବା ବ୍ୟବସ୍ଥା କରାଯାଇଛି।
What's Your Reaction?






