କାଠଯୋଡ଼ି ନେଲା ଆଉ ଦୁଇ ଜୀବନ

ଗାଧୋଇବା ବେଳେ ବୁଡ଼ିଯାଇଥିଲେ ଦୁଇ ଇଞ୍ଜିନିଅର, ଦୁଇଜଣଙ୍କ ମୃତଦେହ ଉଦ୍ଧାର

May 19, 2025 - 11:54
 0  1
କାଠଯୋଡ଼ି ନେଲା ଆଉ ଦୁଇ ଜୀବନ

ଭୁବନେଶ୍ୱର, ମେ ୧୯: କାଠଯୋଡ଼ି ନଦୀରେ ବୁଡି ଦୁଇ ଯୁବ ଇଞ୍ଜିନିୟର ଜୀବନ ହାରିଲେ । ଗତକାଲି ଉଦ୍ଧାର ହୋଇଥିବା ଇଞ୍ଜିନିୟର ରୀତିକେଶ ମାତଲଙ୍କ ପରେ, ଆଜି ରିତିକ ଭଞ୍ଜିନିଙ୍କ ମୃତଦେହ କାଠଯୋଡ଼ି ନଦୀରୁ ଏନ୍‌ଡିଆରଏଫ୍ ଟିମ୍ ଉଦ୍ଧାର କରିଛି।

ଘଟଣା ଅନୁସାରେ, ଏସିବି ମେଡିକାଲ କଲେଜ୍‌ର ସମ୍ପ୍ରସାରଣ କାର୍ଯ୍ୟରେ ଏଲ୍ ଆଣ୍ଡ ଟି କମ୍ପାନୀ ପକ୍ଷରୁ ନିଯୁକ୍ତ ଥିଲେ ଦୁଇ ଯୁବ ଇଞ୍ଜିନିୟର। ସେମାନେ ସି.ଡି.ଏ ଅଞ୍ଚଳରେ ଥିବା ମେସରେ ରହୁଥିଲେ। ଛୁଟି ଥିବାରୁ ଗତକାଲି ଦ୍ୱିପହରେ ସେମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ।

ନଦୀକୂଳ ଠାରୁ ଅଧିକ ଭିତରକୁ ଯିବା ଫଳରେ ଅଧିକ ସ୍ରୋତ ନେଇ ସେମାନେ ଜଳପ୍ରବାହରେ ବୁଡ଼ି ଯାଇଥିଲେ । ଅଗ୍ନିଶମ ବାହିନୀ ଓ ଏନ୍‌ଡିଆରଏଫ୍ ଦଳ ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗତକାଲି ଜଣଙ୍କର ମୃତ ଦେହ ମିଳିଥିବା ବେଳେ ଆଜି ଅନ୍ୟଜଣଙ୍କର ମୃତଦେହ ମିଳିଛି।

ପରିବାର ଓ ସହପାଠୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

What's Your Reaction?

like

dislike

love

funny

angry

sad

wow