ମଧ୍ୟ ପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ଓଡିଶାର ବିମାନ ସେବା
ଏୟାର ସ୍ପେସ କଟକଣା ଯୋଗୁଁ ଭୁବନେଶ୍ୱର-ଆବୁଧାବି ବିମାନ ଉଡାଣ ବାତିଲ, ଅସୁବିଧାରେ ଯାତ୍ରୀ

ଭୁବନେଶ୍ୱର : ମଧ୍ୟ ପ୍ରାଚ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତିର ପ୍ରତ୍ୟକ୍ଷ ପ୍ରଭାବ ଏବେ ଓଡ଼ିଶାର ଆକାଶପଥରେ ମଧ୍ୟ ଦେଖାଯାଉଛି। ଏୟାର ସ୍ପେସ ନିୟମରେ ଅପରିହାର୍ଯ୍ୟ କଟକଣା ଥିବାକୁ ଦେଖି, ଭୁବନେଶ୍ୱର ବିମାନ ବନ୍ଦରରୁ ଆବୁଧାବିକୁ ଯାଉଥିବା ଇଣ୍ଡିଗୋ ୬ଇ ୧୪୪୨୦ ଏବଂ ଆବୁଧାବିରୁ ଭୁବନେଶ୍ୱରକୁ ଫେରୁଥିବା ୬ଇ ୧୪୪୧ ବିମାନ ସେବା ବାତିଲ ଘୋଷଣା କରାଯାଇଛି।
ଇଣ୍ଡିଗୋ ବିମାନ ସେବା ପ୍ରଶାସନ ଜଣାଇଛି ଯେ, ଯୁଦ୍ଧ ଯୋଗୁ ବହୁ ଦେଶ ଏୟାର ସ୍ପେସ ବନ୍ଦ କରିଦେଇଥିବାରୁ ସୁରକ୍ଷା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। ଏହି ବିମାନ ବାତିଲ ହେବା ଫଳରେ ବହୁ ଯାତ୍ରୀ ଅସୁବିଧାରେ ପଡ଼ିଛନ୍ତି।
ଗତ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭୁବନେଶ୍ୱର ବିମାନ ବନ୍ଦରରେ ଏହି ଆବୁଧାବି ବିମାନ ସେବାର ଶୁଭାରମ୍ଭ ହୋଇଥିଲା। କିନ୍ତୁ ଶୁଭାରମ୍ଭ ପରେ କେବଳ ଦୁଇ ସପ୍ତାହ ମଧ୍ୟରେ ଏହି ସେବା ବାତିଲ ହେବା ଦୁଃଖଜନକ ଘଟଣା ବୋଲି ଯାତ୍ରୀମାନେ କହିଛନ୍ତି।
ଏହି ବିମାନ ସେବା ପୁନଃ ଯେବେ ଆରମ୍ଭ ହେବ, ତାହା ସଂପୃକ୍ତ ବିମାନ କମ୍ପାନୀ ପରେ ଘୋଷଣା କରିବ ବୋଲି ଜଣାପଡ଼ିଛି।
What's Your Reaction?






