ଢେଙ୍କାନାଳରେ ଦୁଃଖଦ ଘଟଣା: ପାରିବାରିକ କଳହରେ ବଳିପଡିଲା ୭ ମାସର ଶିଶୁ

ମଦ୍ୟପ ବାପା କଚାଡି ମାରିଲା ୭ ମାସର ଶିଶୁକୁ, ରାଗରେ ସ୍ତ୍ରୀର କାଚ ବୋତଲ ଆକ୍ରମଣ

Jun 3, 2025 - 12:05
Jun 3, 2025 - 23:01
 0  17
ଢେଙ୍କାନାଳରେ ଦୁଃଖଦ ଘଟଣା: ପାରିବାରିକ କଳହରେ ବଳିପଡିଲା ୭ ମାସର ଶିଶୁ

ଭୁବନେଶ୍ୱର :ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଥାନା ଅଧୀନ କଣ୍ଟାପାଳ ଗାଁରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି। ପାରିବାରିକ କଳହର କରାଳ ରୂପ ନେଇ ୭ ମାସର ଏକ ନିରାପରାଧ ଶିଶୁକନ୍ୟା ନିଜ ବାପାଙ୍କ ହାତରେ ଜୀବନ ହାରାଇଛି।

ଉଦାସାହି ଗାଁର ଜଣେ ଶ୍ରମିକ ସଞ୍ଜୟ ଚାତା, ତାଙ୍କ ଶଶୁର ଘର କଣ୍ଟାପାଳରେ ପରିବାର ସହିତ ବସବାସ କରୁଥିଲେ। କିନ୍ତୁ ଗତ କିଛି ମାସ ଧରି କୌଣସି କାମ କରୁନଥିବା ଓ ମଦ୍ୟପାନରେ ଲିପ୍ତ ଥିବା ନେଇ ଦୂର୍ଭାଗ୍ୟଜନକ ଘଟଣା ଘଟିଛି।

ଗତକାଲି ଚାଉଳ ନେଇ ଫେରୁଥିବା ବେଳେ ପତିପତ୍ନୀ ମଧ୍ୟରେ ବିବାଦ ହୋଇଥିଲା। ପରେ ସଞ୍ଜୟ ମଦ୍ୟପାନ କରି ଘରକୁ ଫେରି ନିଜ ୭ମାସର ଝିଅକୁ ଗାଁ ଦାଣ୍ଡରେ କଚାଡି ମାରିଥିଲେ, ଯାହା ଫଳରେ ଶିଶୁଟିଏ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା।

ଏହି ଦେଖି ସ୍ତ୍ରୀ ଏକ କାଚ ବୋତଲ ନେଇ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ। ସଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି କରାଯାଇଛି।

ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶିଶୁ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଘଟଣା ପରେ ଗାଁରେ ଶୋକର ଛାୟା ବ୍ୟାପିଛି।

What's Your Reaction?

like

dislike

love

funny

angry

sad

wow