ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବୃଦ୍ଧି, ଜୁନ୍ରୁ ମିଳିବ ୩, ୫୦୦ ଟଙ୍କା
ଅଧିକ ଭତ୍ତାରୁ ଲାଭ ନେବେ ୪ ଲକ୍ଷରୁ ଅଧିକ ହିତାଧିକାରୀ

ଭୁବନେଶ୍ୱର : ଓଡ଼ିଶାର ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ ଆସନ୍ତା ଜୁନ୍ ମାସରୁ ଏହି ଶ୍ରେଣୀର ହିତାଧିକାରୀମାନେ ୩,୫୦୦ ଟଙ୍କା ଭତ୍ତା ପାଇବେ। ୮୦ ବର୍ଷ ବୟସ୍କ ଲୋକଙ୍କୁ ଏହି ବୃଦ୍ଧି ଲାଗୁ ହେବ। ରାଜ୍ୟ ସରକାର ଏ ନେଇ ଡିଏସଏସଓଏସ୍କୁ ନିର୍ଦ୍ଦେଶ ଜାରି କରିଛି। ଏହି ନୂତନ ପଦକ୍ଷେପରୁ ୪,୧୭,୪୯୬ ଜଣ ଲୋକ ଉପକୃତ ହେବେ। ବିଜେପି ସରକାର ଆସିବା ପରେ ରାଜ୍ୟରେ ଦିବ୍ୟାଙ୍ଗ, ବରିଷ୍ଠ ଓ ଅନ୍ୟ ଆବଶ୍ୟକ ଶ୍ରେଣୀକୁ ଲକ୍ଷ୍ୟ କରି ବିଭିନ୍ନ ଯୋଜନା ଆଣାଯାଇଛି।
What's Your Reaction?






