ଜୀବନ ନେଉଛି ଜୀବିକା

ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ବୃଦ୍ଧଙ୍କର ମୃତ୍ୟୁ

May 17, 2025 - 14:58
 0  2
ଜୀବନ ନେଉଛି ଜୀବିକା

ଭୁବନେଶ୍ୱର, ମେ ୧୭: ଅଘଟଣ ଘଟିଛି କଟକ ଜିଲ୍ଲା ବାଙ୍କୀ କୁଶପଙ୍ଗୀ ଗାଁରେ। ମୃତକ ହେଉଛନ୍ତି ଉକ୍ତ ଗାଁ ର ଗନ୍ଧର୍ବ ଘଡ଼େଇ (୬୦)।

ଘଟଣାଟି ହେଉଛି, ସବୁଦିନ ଭଳି ଆଜି ମଧ୍ୟ ଗନ୍ଧର୍ବ ନିଜ ଧାନ ବିଲକୁ ଯାଇଥିଲେ। ଯିବା ବାଟରେ ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ତାଙ୍କ ସଂସ୍ପର୍ଶ ରେ ଆସିବାରୁ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। 

ବର୍ତ୍ତମାନ ବିଦ୍ୟୁତ ତାର ବିଛାଇ ଥିବା ଲୋକ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଗ୍ରାମ ବାସୀଙ୍କ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବାରହା ପାଇଁ ବିଛାଯାଇଥିବା ତାରରେ ପର୍ଯ୍ୟାପ୍ତ ସାବଧାନତା ଓ ସୁରକ୍ଷା ଅନୁସରଣ ନ କରିବା ଫଳରେ ଏହି ଦୁଃଖଦ ଘଟଣା ଘଟିଛି। ସେମାନେ କହିଛନ୍ତି ଯେ, ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଅସାବଧାନତାରେ ଜୀବନ ନଷ୍ଟ ହୋଇଛି।

ଆପଣଙ୍କର ଏହି ଘଟଣା ପ୍ରତି କଣ ମନ୍ତବ୍ୟ ରହିଛି କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

What's Your Reaction?

like

dislike

love

funny

angry

sad

wow