ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସିଥିବା ୧୭ ପର୍ଯ୍ୟଟକଙ୍କୁ ଉଦ୍ଧାର

ରାତି ସାରା ବର୍ଷା ମଧ୍ୟରେ ଅକ୍ଲାନ୍ତ ପ୍ରୟାସ, ଜଣେ ବନରକ୍ଷୀ ଗୁରୁତର

Jul 24, 2025 - 11:16
 0  1
ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସିଥିବା ୧୭ ପର୍ଯ୍ୟଟକଙ୍କୁ ଉଦ୍ଧାର

ଭୁବନେଶ୍ୱର : ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ବୁଧବାର ସନ୍ଧ୍ୟାରୁ ଫସି ଥିବା ୧୭ ଜଣ ପର୍ଯ୍ୟଟକଙ୍କୁ ଗୁରୁବାର ଭୋର ୩:୦୫ରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ପର୍ଯ୍ୟଟକମାନେ ଛତିଶଗଡ଼ରୁ ଆସିଥିଲେ ଏବଂ କପିଳାଧାର ନିକଟରେ ବାଟବଣା ହୋଇଥିଲେ।

ବର୍ଷା, ବଜ୍ରପାତ ଓ ଝଡ଼ରେ ବାଧା, ତଥାପି ଲଗାତାର ଯୋଗାଯୋଗ ରହିଥିଲା  ଫୋନ୍‌ କଲରେ ମିଳିଲା ଥିଲା ସୂଚନା, ୪୦ ଜଣ ଦଳ ଉଦ୍ଧାର କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। 

ବନ ରେଞ୍ଜର ହୃଦାନନ୍ଦ ମିଶ୍ର ଜଣାଇଛନ୍ତି, ରାତି ୮ଟାରେ ଏକ ପର୍ଯ୍ୟଟକଙ୍କ ଫୋନ୍‌ ପରେ ଉଦ୍ଧାର ଚେଷ୍ଟା ଆରମ୍ଭ ହୋଇଥିଲା, କିନ୍ତୁ ବର୍ଷା ଓ ବଜ୍ରପାତରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ପରେ ୪୦ ଜଣିଆ ବନ କର୍ମଚାରୀ, ପୁଲିସ ଓ ଅଗ୍ନିଶମ ଦଳ ମିଶି ଉଦ୍ଧାର କାର୍ଯ୍ୟ କରିଥିଲେ।

ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ବନ ଅଧିକାରୀଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ସେ ମଧ୍ୟ ପର୍ଯ୍ୟଟକଙ୍କ ସହିତ ସୁରକ୍ଷିତ ଭାବେ ନିଆଯାଇଛନ୍ତି। ଘଟଣା ପରେ ସମସ୍ତଙ୍କୁ ସୁରକ୍ଷା ପୂର୍ବକ ତଳକୁ ଆଣାଯାଇଛି।

What's Your Reaction?

like

dislike

love

funny

angry

sad

wow