ଭୁବନେଶ୍ୱରରୁ ଆବୁଧାବିକୁ ପ୍ରଥମ ସିଧାସଳଖ ବିମାନ ଉଡାଣ

ଭୁବନେଶ୍ୱର – ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର ରୁ ସିଧାସଳଖ ଆବୁଧାବିକୁ ପ୍ରଥମ ବିମାନ ଉଡାଣ ଆଜି ଆରମ୍ଭ ହୋଇଛି। ଏହି ନୂତନ ଉଡାଣ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସପ୍ତାହକୁ ତିନି ଦିନ, ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ସେବା ଯାତ୍ରୀଙ୍କ ପାଇଁ ଉପଲବ୍ଧ ରହିବ।
ସକାଳ ୯ଟା ୩୦ ମିନିଟରେ ଆଜି ପ୍ରଥମ ବିମାନ ଆବୁଧାବିକୁ ଉଡିଛି। ଇଣ୍ଡିଗୋ ଏୟାରଲାଇନ୍ସ ଏହି ଯାତ୍ରାର ଦାୟିତ୍ୱ ନେବେ । ଏହି ନୂଆ ସିଧାସଳଖ ଉଡାଣ ସେବା ଦ୍ୱାରା ଭୁବନେଶ୍ୱରରୁ ଆବୁଧାବି ପର୍ଯ୍ୟନ୍ତ ଯାତ୍ରା ଅଧିକ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି।
What's Your Reaction?






