ବରଯାତ୍ରୀ ବସ ଟ୍ରକ୍ରେ ଧକ୍କା – ଜଣେ ମୃତ, ୫ ଗୁରୁତର
କେନ୍ଦୁଝର ଯୋଡ଼ା ଥାନା ଅନ୍ତର୍ଗତ କାରଣ ସାହି ନିକଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ୱର : ଜିଲ୍ଲାର ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା କାରଣ ସାହି ନିକଟରେ ବିଲମ୍ବିତ ରାତ୍ରିରେ ଏକ ବରଯାତ୍ରୀ ବସ ଟ୍ରକ୍ ପଛରେ ଧକ୍କା ଦେବା ଫଳରେ ଜଣେ ମୃତ ଓ ୫ ଜଣ ଗୁରୁତର ଅହତ ହୋଇଛନ୍ତି।
ମୃତକ ଜଣେ ବସର ହେଲପର୍ ବୋଲି ଚିହ୍ନଟ ହୋଇଛନ୍ତି। ଗୁରୁତର ଅହତମାନଙ୍କୁ ପ୍ରଥମେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା, ପରେ ସେମାନଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ସମୟରେ ବସ୍ଟି ବାଂଶପାଳ ବ୍ଲକ୍ର ଜାଗର ଗାଁରୁ ବଳିତା ଗାଁକୁ ବରଯାତ୍ରୀ ନେଇ ଫେରୁଥିଲା। ୫୨୦ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
What's Your Reaction?






