ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣାରେ ଜାତୀୟ ମହିଳା କମିସନର ହସ୍ତକ୍ଷେପ

ଅଭିଯୁକ୍ତଙ୍କୁ ଗିରଫ କରି ମାମଲା ରିପୋର୍ଟ ୩ ଦିନରେ ଦାଖଲ କରିବାକୁ ନିର୍ଦ୍ଦେଶ

Jun 18, 2025 - 17:03
 0  0
ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣାରେ ଜାତୀୟ ମହିଳା କମିସନର ହସ୍ତକ୍ଷେପ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ବେଳାଭୂମିରେ ଏକ ଯୁବତୀଙ୍କ ଉପରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଜାତୀୟ ମହିଳା କମିସନ (NCW) ହସ୍ତକ୍ଷେପ କରିଛି। ଏହି ଅପମାନଜନକ ଘଟଣା ପ୍ରତି NCW ଉଦ୍‌ବେଗ ଜଣାଇ ସ୍ୱତଃପ୍ରେରିତ ଭାବେ ମାମଲା ରୁଜୁ କରିଛି।

କମିସନ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଓ ଅନ୍ୟାନ୍ୟ ଅଭିଯୁକ୍ତମାନେ ଯଦି ଅଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କୁ ନ୍ୟାୟ, ମାଗଣା ଚିକିତ୍ସା ଓ ମାନସିକ ସହଯୋଗ ଦେବାକୁ ପରାମର୍ଶ ମିଳିଛି। ଆଗାମୀ ୩ ଦିନ ମଧ୍ୟରେ ମାମଲା ଉପରେ ପୁରା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଜାରି ହୋଇଛି।

What's Your Reaction?

like

dislike

love

funny

angry

sad

wow