ଓଡ଼ିଶାରେ ଶିଳ୍ପ ନିବେଶର ନୂଆ ଅଧ୍ୟାୟ, ୮ଟି ବୃହତ ପ୍ରକଳ୍ପକୁ ମିଳିଲା ମଞ୍ଜୁରି
୧.୫୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ, ୬୨ ହଜାରରୁ ଅଧିକ କର୍ମସୃଷ୍ଟି ଆଶା

ଭୁବନେଶ୍ୱର : ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୪୧ତମ ଏଚ୍ଏଲ୍ସିଏ ବୈଠକରେ ମୋଟ ୮ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛି, ଯାହାର ମୋଟ ନିବେଶ ରାଶି ୧,୫୧,୨୩୯.୫୦ କୋଟି ଟଙ୍କା । ଏହି ପ୍ରକଳ୍ପଗୁଡ଼ିକୁ ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରେ ସ୍ଥାପନ କରାଯିବ।
ବେଦାନ୍ତ ପକ୍ଷରୁ ଢେଙ୍କାନାଳରେ ୧,୨୮,୦୦୦ କୋଟି ଟଙ୍କା ମୂଲ୍ୟର ଆଲୁମିନିୟମ୍ ସ୍ମେଲଟର୍ ଓ ୪୯୦୦ ମେ.ୱା. ପାୱାର ପ୍ଲାଣ୍ଟ ଥିବା ସବୁଠୁ ବଡ଼ ପ୍ରକଳ୍ପ। ଏହା ଦ୍ୱାରା ୩୦,୦୦୦ କର୍ମନିଯୁକ୍ତି ସୃଷ୍ଟି ହେବ। ଗଞ୍ଜାମରେ ଏସଆରଏଫ ଲିମିଟେଡ୍ ପକ୍ଷରୁ ୧୦,୦୦୦ କୋଟିର ରାସାୟନିକ କାରଖାନା, ଏବଂ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକରେ କେନ୍ଦୁଝର, ସମ୍ବଲପୁର, ଖୋର୍ଦ୍ଧା ଓ ଯାଜପୁରରେ ଇସ୍ପାତ, ଟେକ୍ସଟାଇଲ୍ ଓ ଗ୍ୟାସ ୟୁନିଟ୍ ସ୍ଥାପନ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ନିଷ୍ପତ୍ତି ‘ସମୃଦ୍ଧ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ପୂରଣ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।
What's Your Reaction?






