ଅନଲାଇନ୍ ଗେମ୍ ନେଲା ଜୀବନ
୯୬ ହଜାର ଟଙ୍କା ହାରିବା ପରେ ଡିପ୍ଲୋମା ଛାତ୍ର ସାହିଲଙ୍କ ଆତ୍ମହତ୍ୟା, କେନ୍ଦ୍ରାପଡ଼ା ଜିଲ୍ଲାରେ ଶୋକର ଛାୟା

ଭୁବନେଶ୍ୱର: ଅନଲାଇନ୍ ଗେମିଂ ଆସକ୍ତି ଏବେ ଜଣେ ଯୁବକଙ୍କ ପାଇଁ ମୃତ୍ୟୁର କାରଣ ହୋଇପାରିଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ବଙ୍ଗାରୀ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ୧୯ ବର୍ଷିୟ ଡିପ୍ଲୋମା ଛାତ୍ର ସାହିଲ ଜେନା ଅନଲାଇନ୍ ଗେମ୍ ଖେଳି ୯୬,୦୦୦ ଟଙ୍କା ହାରିବା ପରେ ବିଷ ପାନ କରି ଆତ୍ମହତ୍ୟା କରିଛନ୍ତି।
ଭୁବନେଶ୍ବରରେ ଏକ ପ୍ରାଇଭେଟ୍ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ପଢୁଥିବା ସାହିଲ, ଛୁଟିରେ ଘରକୁ ଫେରିଥିବା ବେଳେ ଅନଲାଇନ୍ ଗେମ୍ ରେ ଅଧିକ ଟଙ୍କା ହାରିଯିବା ପରେ ଦୁଃଖ ରେ ବିଷ ପିଇଥିବା ଅଭିଯୋଗ ମିଳିଛି। ବିଷ ପାନ କରିବା ପରେ, ସେ ନିଜ ମାମୁଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ।
ସାହିଲଙ୍କ ମା' ଏହି ଘଟଣା ବାପାଙ୍କୁ ଜଣାଇଦେବା ପରେ, ସେମାନେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାନ୍ତି। ତାଠାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ସାହିଲଙ୍କ ମୃତ୍ୟୁ ଘଟିଯାଏ।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଅଛି। ଏକ ଭବିଷ୍ୟତ ନିମିତ୍ତ ଯୁବକ ଅନଲାଇନ୍ ଗେମ୍ ଆସକ୍ତିରେ ନିଜ ଜୀବନ ଶେଷ କରିଦେବା ଘଟଣା ସମ୍ପୂର୍ଣ୍ଣ ଅଞ୍ଚଳକୁ ବିସ୍ମିତ କରିଛି।
ପୋଲିସ ଘଟଣା ବିଷୟରେ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅନଲାଇନ୍ ଗେମ୍ ଆସକ୍ତି ଓ ତାହାର ମାନସିକ ପ୍ରଭାବ ଉପରେ ପୁନଃ ଚିନ୍ତନ କରିବାକୁ ବାଧ୍ୟ କରୁଛି।
What's Your Reaction?






