ବୀମା ଓ କ୍ଷତିପୂରଣ ଦାବିରେ ଚାଷୀମାନେ ଗର୍ଜିଲେ, ରାମପୁରରେ ୧୨ ଘଣ୍ଟିଆ ବନ୍ଦ

ବିନିକା-ବରପାଲି ରାସ୍ତା ଅବରୋଧ, ଚଳାଚଳ ବନ୍ଦ; ତୁରନ୍ତ ବୀମା ଓ କ୍ଷତିପୂରଣ ପ୍ରଦାନ ଚାଷୀମାନଙ୍କ ଦାବି

Jun 6, 2025 - 13:26
 0  0
ବୀମା ଓ କ୍ଷତିପୂରଣ ଦାବିରେ ଚାଷୀମାନେ ଗର୍ଜିଲେ, ରାମପୁରରେ ୧୨ ଘଣ୍ଟିଆ ବନ୍ଦ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ଅଞ୍ଚଳରେ ଶୁକ୍ରବାର ଦିନ ଚାଷୀଙ୍କ ଆନ୍ଦୋଳନ ତେଜି ପଡ଼ିଛି। ବୀମା ଓ କ୍ଷତିପୂରଣ ଦାବିକୁ ନେଇ ଚାଷୀମାନେ ୧୨ ଘଣ୍ଟିଆ ବନ୍ଦ ପାଳନ କରି ନିଜର ଦାବିରେ ଗର୍ଜି ଉଠିଛନ୍ତି।

ଏହି ବନ୍ଦ ପାଳନ ପରିଣାମସ୍ୱରୂପ ରାମପୁର ସହରର ସମସ୍ତ ଦୋକାନ, ବଜାର ବନ୍ଦ ରହିଛି। ଏହା ଛଡ଼ା ଚାଷୀମାନେ ବିନିକା-ବରପାଲି ମୁଖ୍ୟ ରାସ୍ତାକୁ ଅବରୋଧ କରି ଥିବାରୁ ଏହି ଅଞ୍ଚଳରେ ଗାଡ଼ି ଚଳାଚଳା ସମ୍ପୂର୍ଣ୍ଣ ଅବରୁଦ୍ଧ ହୋଇପଡ଼ିଛି।

ଚାଷୀମାନଙ୍କ ଦାବି, ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତି ହେବା ସତ୍ତ୍ୱେ ବୀମା ଓ କ୍ଷତିପୂରଣ ରାଶି ମିଳୁନି। ସେଥିପାଇଁ ରାଜ୍ୟ ସରକାର ତୁରନ୍ତ ବ୍ୟବସ୍ଥା ନେଇ ବୀମା ରାଶି ଓ କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଦାବି କରୁଛନ୍ତି। ଦାବି ଅନୁରୂପ କାର୍ଯ୍ୟନୁଷ୍ଠାନ ନହେଲେ ଆନ୍ଦୋଳନକୁ ଆହୁରି ତିବ୍ର କରିବା ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି।

ସ୍ଥାନୀୟ ପ୍ରଶାସନ ଓ ପୁଲିସ ମହଳ ଘଟଣାସ୍ଥଳକୁ ପହଞ୍ଚି ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ କରିବା ପାଇଁ ଚେଷ୍ଟା କରୁଛନ୍ତି।

What's Your Reaction?

like

dislike

love

funny

angry

sad

wow