ପୁରୀ ରଥଯାତ୍ରାକୁ ନେଇ ପୋଲିସ ପକ୍ଷରୁ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥା
ରଥଯାତ୍ରା ଶୃଙ୍ଖଳିତ ଓ ସୁପରିଚାଳିତ ରହିବା ପାଇଁ ଡିଜିପିଙ୍କ ବୈଠକ, ଆପାତକାଳୀନ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା

ଭୁବନେଶ୍ୱର : ଆସନ୍ତା ଜୁନ ୨୭ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ଵପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ସମ୍ପର୍କରେ କଟକରେ ଅବସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହାର ଅଧ୍ୟକ୍ଷତା କରିଥିଲେ ଡିଜିପି।
ବୈଠକରେ ଡିଜିପି ମହୋଦୟ ଆଗାମୀ ରଥଯାତ୍ରା, ହେରା ପଞ୍ଚମୀ, ବାହୁଡା, ସୁନାବେଶ, ଓ ନୀଳାଦ୍ରିବିଜେ ନୀତି ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସିସିଟିଭି ସ୍ଥାପନ, ଟ୍ରାଫିକ ଡିଭାଇଡର, ପାର୍କିଂ ବ୍ୟବସ୍ଥା, ମାର୍ଗ ନିୟନ୍ତ୍ରଣ, ଓ ଅସ୍ଥାୟୀ ଆଉଟପୋଷ୍ଟ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଛି।
ରେଳବାଇ ପୋଲିସ ସହଯୋଗରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଓ ଜଟଣୀ ଷ୍ଟେସନରେ ମଧ୍ୟ ସୁରକ୍ଷା ବଢ଼ାଯିବ। ଡିଜିପି ଅଧିକାରୀଙ୍କୁ ଆରପିଏଫ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୋଲିସ ପକ୍ଷରୁ କ୍ରିମିନାଲ ଡ୍ରାଇଭ, ହୋଟେଲ ଯାଞ୍ଚ, ରକ୍ଷକ ଯାନ ଓ K-9 ସ୍କ୍ବାଡ ମୁତୟନ, ଅପରାଧ ରୋକିବା ପାଇଁ ବ୍ୟବସ୍ଥା ନିଆଯିବ। ଆପାତକାଳୀନ ପରିସ୍ଥିତି ମୁକାବିଲା ପାଇଁ ମଧ୍ୟ ଯୋଜନା ତିଆରି ହୋଇଛି।
ବୈଠକରେ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
What's Your Reaction?






