ଗଞ୍ଜେଇ ମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ନୂଆ ଅଭିଯାନ

ଆଦିବାସୀ ଅଞ୍ଚଳରେ ଚାଷ ବନ୍ଦ, ଅବୈଧ ବାଣିଜ୍ୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ

Jun 26, 2025 - 17:10
 0  0
ଗଞ୍ଜେଇ ମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ନୂଆ ଅଭିଯାନ
ଗଞ୍ଜେଇ ମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ନୂଆ ଅଭିଯାନ

ଭୁବନେଶ୍ୱର : ଓଡ଼ିଶାକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଯୋଜନାବଦ୍ଧ ଅଭିଯାନ ଆରମ୍ଭ କରିଛନ୍ତି । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି ଯେ ଗଞ୍ଜେଇ ଚାଷ ଓ ବ୍ୟବସାୟକୁ ମୂଳପୋଛ କରିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ମିଶିତ ରଣନୀତି ଉପରେ କାମ କରୁଛି ।

ମନ୍ତ୍ରୀ ଆଦିବାସୀ ଅଞ୍ଚଳରେ ଗଞ୍ଜେଇ ଚାଷକୁ ଦୂର କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଓ ବିକଳ୍ପ ଜୀବିକା ଯୋଜନା ଆଣିବା ଉପରେ ଜୋର ଦେଇଛନ୍ତି । ଏହି ଅଭିଯାନ କେବଳ ଆଇନ ଶାସନ ନୁହେଁ, ବରଂ ଏକ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow