ଖଣ୍ଡଗିରିରେ ଆମ ବସ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତା ଅବରୋଧ, ପୋଲିସ ତଦନ୍ତ ଜାରି

ଭୁବନେଶ୍ଵର: ଖଣ୍ଡଗିରି ଛକରେ ବୁଧବାର ସନ୍ଧ୍ୟାରେ ଆମ ବସ ଧକ୍କାରେ ୫୫ ବର୍ଷୀୟ ତ୍ରିନାଥ ବାରିକ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ଭିମଟାଙ୍ଗି ଅଞ୍ଚଳର ଏକ ବାଇକ ସୋରୁମରେ କାମ କରୁଥିଲେ। ଘଟଣା ସମୟରେ ସେ ସିକ୍ୟୁରିଟି ଗାର୍ଡ ଡିୟୁଟି ସମାପ୍ତ କରି ଫେରୁଥିଲେ।
ଖଣ୍ଡଗିରି ଛକରେ ଆମ ବସ ତାଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା, ଯେଉଁଥିରେ ବୃଦ୍ଧଙ୍କ ଘଟଣସ୍ଥାନରେ ହିଁ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ।
ଏହି ଘଟଣା ପଛରେ ଆଉ ଗୋଟିଏ ଆମ ବସକୁ ଉତ୍ତ୍ୟକ୍ତ ଲୋକମାନେ ଢେଲା ପଥର ମାଡ଼ି ବସର କାଚ ଭାଙ୍ଗିଦେଇଥିଲେ। ଘଟଣାସ୍ଥଳକୁ ଭୁବନେଶ୍ଵର ଡିସିପି ଓ ପୋଲିସ ଦଳ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ନିୟନ୍ତ୍ରଣ କରିଛନ୍ତି।
ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଘଟଣାର ସଠିକ କାରଣ ଓ ଦାୟୀଙ୍କୁ ଧରିବା ପାଇଁ ପୋଲିସ କାର୍ଯ୍ୟାଲୟ ତଦାରଖ କରୁଛି।
What's Your Reaction?






