କୋଣାର୍କ ସୂର୍ଯ୍ୟମନ୍ଦିରରେ ବର୍ଷା ପାଣି ଜମା: ପର୍ଯ୍ୟଟକ ନିରାଶ

ଘଣ୍ଟା ଘଣ୍ଟା ବରଗଛ ତଳେ ଆଶ୍ରୟ ନେଉଛନ୍ତି ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ

May 28, 2025 - 18:44
 0  2
କୋଣାର୍କ ସୂର୍ଯ୍ୟମନ୍ଦିରରେ ବର୍ଷା ପାଣି ଜମା: ପର୍ଯ୍ୟଟକ ନିରାଶ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ କୋଣାର୍କ ଅଞ୍ଚଳରେ ଲଗାତାର ବର୍ଷା ହେଉଥିବାରୁ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିସରରେ ପାଣି ଜମି ରହିଛି। ବର୍ଷା ପାଇଁ ମନ୍ଦିରର ଦକ୍ଷିଣ ଓ ଉତ୍ତର କୋଣରେ ପାଣି ଜମିବାରୁ ପର୍ଯ୍ୟଟକମାନେ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିପାରୁନାହାନ୍ତି। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଏହି ଅନୁଭବକୁ ନେଇ ନିରାଶ ହୋଇ ଫେରୁଛନ୍ତି।

ସୂର୍ଯ୍ୟମନ୍ଦିର ଭିତରେ କୌଣସି ଆଶ୍ରୟସ୍ଥଳ ନଥିବାରୁ, ବର୍ଷା ସମୟରେ ପର୍ଯ୍ୟଟକମାନେ ନାଟ୍ୟମନ୍ଦିର ନିକଟରେ ଥିବା ବରଗଛ ତଳେ ଘଣ୍ଟା ଘଣ୍ଟା ଧରି ଆଶ୍ରୟ ନେଉଛନ୍ତି। ମନ୍ଦିର ପରିସରରୁ ପାଣି ନିଷ୍କାସନ ପାଇଁ ୪ଟି ସେନସର ପମ୍ପ ଥିବା ସତ୍ତ୍ୱେ, ବର୍ଷା ବେଳେ ପାଣି ସଠିକ୍ ଭାବରେ ବାହାରିପାରୁନାହିଁ। ଏଥିପାଇଁ ଅନେକ ସମୟରେ ମନ୍ଦିର ପରିସର ଜଳାବଦ୍ଧ ରହିଥାଏ।

ଏହି ସମସ୍ୟାର ତୁରନ୍ତ ଏବଂ ସ୍ଥାୟୀ ପ୍ରତିକାର ପାଇଁ ଦାବି ଉଠିଛି। ସେହିପରି କୋଣାର୍କ ଅଞ୍ଚଳର ମାଧିପୁର ଛକ, ଥାନାଛକ, ମେଡିକାଲ ଛକ ଓ ଖାଲୁଆ ଅଂଚଳରେ ବର୍ଷା ପାଣି ସୁଅ ଛୁଟିଥିବା ଦୃଶ୍ୟ ଦେଖାଯାଇଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ବର୍ଷା ପାଣି ଜମି ରହିବାରୁ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ଉତ୍ପନ୍ନ ହୋଇଛି।

What's Your Reaction?

like

dislike

love

funny

angry

sad

wow