ସତ୍ୟବାଦୀରେ ଆମ ବସ୍ ଦୁର୍ଘଟଣା, ଜଣେ ଗୁରୁତର

ସାକ୍ଷୀଗୋପାଳ ରେଳ ଫାଟକ ନିକଟରେ ତିନିଟି ବାଇକ୍ ଉପରେ ଚଢ଼ିଗଲା ବସ୍, ଜଣେ ଗୁରୁତର

May 29, 2025 - 13:21
 0  0
ସତ୍ୟବାଦୀରେ ଆମ ବସ୍ ଦୁର୍ଘଟଣା, ଜଣେ ଗୁରୁତର

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ସାକ୍ଷୀଗୋପାଳ ଲେବଲ କ୍ରସିଂ ନିକଟରେ ଗତକାଲି ପୁରୀ ପାଇଁ CRUT ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଆମ ବସ୍ ଦ୍ୱାରା ଘଟିଥିବା ଦୁର୍ଘଟଣାରେ ତିନି ଜଣ ଲୋକ ଆହତ ହୋଇଛନ୍ତି, ଯେଉଁଥିରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସ୍ ଚାଳକ ବେପରୁଆ ଭାବରେ ଗାଡ଼ି ଚଳାଇ ଏହି ଦୁର୍ଘଟଣା କରିଥିବା ଆରୋପ ଉଠିଛି।

ଆମ ବସ୍‌ଟି ଗୋପାଳଜୀଉ ମନ୍ଦିରରୁ ପୁରୀ ଅଭିମୁଖେ ଯାଉଥିବାବେଳେ, ସାକ୍ଷୀଗୋପାଳ ରେଳ ଫାଟକ ବନ୍ଦ ଥିବାରୁ ବସ୍ ରହିଥିଲା। ଫାଟକ ଖୋଲିବା ପରେ ବସ୍ ଅତ୍ୟଧିକ ଗତିରେ ଚାଲି ବେପରୁଆ ଭାବରେ ଏକ ପରେ ଏକ ମୋଟରସାଇକେଲକୁ ଧକ୍କା ଦେଲା। ଦୁର୍ଘଟଣା ସ୍ଥଳରେ ଅଞ୍ଚଳବାସୀ ଓ ଯାତ୍ରୀମାନେ ଆହତଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ଘଟଣାପରେ ବସ୍ ଓ ଚାଳକକୁ ସ୍ଥାନୀୟ ପୋଲିସ ଅଟକ କରିଛି। ଯେହେତୁ ଦୁର୍ଘଟଣା ସ୍ଥଳ ରେଳ ବିଭାଗ ଅଧୀନ, ଏହି ମାମଲାକୁ ରେଳବାଇ ପୋଲିସଙ୍କ ହାତକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ପରେ ଏଲାକାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

What's Your Reaction?

like

dislike

love

funny

angry

sad

wow