ଭୁବନେଶ୍ୱରରେ ଅପମିଶ୍ରିତ ମଦ ପିଇ ଦୁଇ ଯୁବକଙ୍କ ମୃତ୍ୟୁ, ୫ ଗୁରୁତର
ବନ୍ଦ ବିଦେଶୀ ମଦ ଦୋକାନରୁ ମଦ କିଣି ଭୋଜି କରିଥିଲେ, ଅବକାରୀ ବିଭାଗ ଦୋକାନ ସିଲ୍ କଲା

ଭୁବନେଶ୍ୱର : ଭୁବନେଶ୍ୱର କଟକ ପୁରୀ ରୋଡ ଷ୍ଟେସନ ବଜାରର ବନ୍ଦ ବିଦେଶୀ ମଦ ଦୋକାନରୁ ଅପମିଶ୍ରିତ ମଦ ବିକ୍ରି ଅଭିଯୋଗ ଉଠିଛି। ଏହି ମଦ ପିଇ ଲକ୍ଷ୍ମୀସାଗର ଅଞ୍ଚଳର ସନ୍ତୋଷ ନାୟକ ଓ ବିଶ୍ୱଜିତ୍ ବେହୁରାଙ୍କ ମୃତ୍ୟୁ ଘଟିଛି, ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ICU ରେ ଭର୍ତ୍ତି। ମଦ ପିବା ପରେ ସମସ୍ତଙ୍କୁ ପେଟ ଓ ଛାତିରେ ଯନ୍ତ୍ରଣା ହୋଇଥିଲା। ଅବକାରୀ ଏସପି ଦୋକାନକୁ ସିଲ୍ କରିଛନ୍ତି। ଘଟଣାପରେ ଅଞ୍ଚଳରେ ଉତ୍ତେଜନା ଲାଗିଛି।
What's Your Reaction?






