ଭାରତରେ ପ୍ରଥମ ପଟାଶ ନିଲାମ ସଫଳ

ଗୁରୁତ୍ୱପୂର୍ଣ୍ଣ ଖଣିଜ ଉପରେ ଆତ୍ମନିର୍ଭରତା ପାଇଁ ପଞ୍ଚମ ଚରଣରେ ୧୦ଟି ବ୍ଲକ ବିକ୍ରୟ

May 28, 2025 - 17:17
 0  0
ଭାରତରେ ପ୍ରଥମ ପଟାଶ ନିଲାମ ସଫଳ

ଭୁବନେଶ୍ୱର – ଭାରତ ସରକାର ଦ୍ୱାରା ଜାରି ରହିଥିବା ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ବ୍ଲକର ପଞ୍ଚମ ପର୍ଯ୍ୟାୟ ନିଲାମରେ ୧୫ଟି ବ୍ଲକରୁ ୧୦ଟି ବ୍ଲକ ସଫଳତାର ସହିତ ବିକ୍ରୟ ହୋଇଛି। ଏହି ଫେରିରେ ପ୍ରଥମଥର ପାଇଁ ପଟାଶ ବ୍ଲକ ନିଲାମ ହୋଇଥିବାରୁ ଏହା ଏକ ମାଇଲଖୁଣ୍ଟ ବୋଲି ଗଣାଯାଉଛି। ଏହି ଖଣିଗୁଡ଼ିକ ଓଡ଼ିଶା, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ବ୍ୟାପିଛି।

ନିଲାମ ହୋଇଥିବା ଖଣିଗୁଡ଼ିକ ମଧ୍ୟରେ ଓଡ଼ିଶାର ଗ୍ରାଫାଇଟ୍, ଫସଫେଟ୍, ଆର.ଇ.ଇ., ଭାନେଡିଆମ୍ ଭଳି ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅନ୍ତର୍ଭୁକ୍ତ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୫ ଟି ଘୋଷିତ ବ୍ଲକରୁ ୩୪ଟି ବ୍ଲକ ନିଲାମ ହୋଇଛି।

ପଟାଶ ନିଲାମ ଦେଶରେ ଖନନକୁ ବୃଦ୍ଧି ଦେଇବା ସହ କୃଷି ରେ ଆମଦାନୀ ଉପରେ ନିର୍ଭରତା କମାଇବ ବୋଲି ଆଶା କରାଯାଉଛି। ଏହି ଉଦ୍ୟମ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଖଣିଜରେ ଆତ୍ମନିର୍ଭର ବନେଇବା ପଥରେ ଏକ ପ୍ରମୁଖ ପଦକ୍ଷେପ।

What's Your Reaction?

like

dislike

love

funny

angry

sad

wow